Książka Sabuja Kabita Sushri Sandhya Mohanty

Sabuja Kabita

Język: Orija
Oprawa: Miękka
Dostępność: Dostępna u dostawcy
Wysyłamy za 14-21 dni
69.50
ସବୁଜ କବିତାର ଦିଗ୍‌ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏ...

Informacje o książce

Język
Orija
Oprawa
Książka - Miękka
Data wydania
2023
strony
268
EAN
9781645603467
ISBN
1645603466
Enbook ID
43384610
Waga
382
Wymiary
140 x 216 x 16

Pełny opis

ସବୁଜ କବିତାର ଦିଗ୍‌ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏକାଠି ହୋଇ କିଛି ଲେଖାଲେଖି ପାଇଁ ପ୍ରୟାସ କରିଥିଲେହେଁ ସେମାନଙ୍କ ମଧ୍ୟରୁ ଦୁଇଜଣ ସାହିତ୍ୟରାଜ୍ୟରେ ଆଦୌ ପାଙ୍‌କ୍ତେୟ ହୋଇନାହାନ୍ତି । କିନ୍ତୁ ସାହିତ୍ୟ-ସଂଗଠନ, ପତ୍ରିକା ପ୍ରକାଶନ ଦିଗରେ ସେ ଦୁହିଁଙ୍କ ଅବଦାନ ନିଶ୍ଚୟ ସ୍ୱୀକୃତ ହେବ । ଅନ୍ୟ ତିନିଜଣ କବିଙ୍କ ମଧ୍ୟରୁ ଅନ୍ନଦାଶଙ୍କର ମାତ୍ର ଚାରିବର୍ଷ ପାଇଁ ଓଡ଼ିଆ କବିତା ଲେଖିବାରେ ମନ ବଳେଇଛନ୍ତି । ତାଙ୍କ ସୃଷ୍ଟି ସଂଖ୍ୟା ଦୃଷ୍ଟିରୁ ମାତ୍ର ଚଉଦଟି କବିତା । ତା'ପରେ ସେ ବଙ୍ଗଳା ସାହିତ୍ୟକୁ ଅପସାରିତ ହୋଇ ଯାଇଛନ୍ତି । ତେଣୁ ସବୁଜ କବି ଭାବରେ କେବଳ ବୈକୁଣ୍ଠନାଥ ଓ କାଳିନ୍ଦୀ ଚରଣ ହିଁ ଏହି ନିବନ୍ଧରେ ସବିଶେଷ ଆଲୋଚନା ସ୍ତରକୁ ଆସିଛନ୍ତି । ମୋର ଦୁର୍ଭାଗ୍ୟ ଏ ଦୁଇଜଣ ଯାକ କବି ଆଜି ଇହଜଗତରେ ନାହାନ୍ତି । ତେଣୁ ଏ ନିବନ୍ଧ ଗ୍ରନ୍ଥରେ ମୁଁ ସେମାନଙ୍କ ସହିତ ସାକ୍ଷାତକାରର କୌଣସି ପ୍ରାମାଣିକ ବିବରଣୀ ଦେଇପାରିନାହିଁ । କିନ୍ତୁ ଏହି କବିଙ୍କ ଭାବମୂର୍ତ୍ତି ହିଁ ମୋର ପ୍ରବନ୍ଧ ରଚନାର ମୂଳ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟକୁ ଏହି ଯଶସ୍ୱୀ କବିଙ୍କ ଅବଦାନ ପାଇଁ ଏ ସାହିତ୍ୟର ଜଣେ ଅନୁରାଗୀ ପାଠକ ଭାବେ ମୁଁ ଯେତେ କୃତଜ୍ଞତା ଜଣାଇଲେ ବି ତାହା ମୋ ଭାଷାର ନିଅଣ୍ଟିଆପଣକୁ ହିଁ ସାବ୍ୟସ୍ତ କରିବ ।

ଓଡ଼ିଆ ସାହିତ୍ୟ ପାଇଁ ସାମାନ୍ୟ ଅନୁରାଗରୁ ଏହି ନିବନ୍ଧ ଗ୍ରନ୍ଥର ପରିକଳ୍ପନା । ତେଣୁ ଯଦି ଏହା ପାଠକପାଠିକାଙ୍କ ଆଦର ଲାଭ କରିବ ତେବେ ତାହାହିଁ ମୋର ଶ୍ରମର ସାର୍ଥକତା ହେବ ।

- ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି


Klienci, którzy kupili tę książkę, kupili również

143.19

Ghost World

John Russell Fearn
61.36
41.80
221.54
56.69
21.64

Sklepy cynamonowe

Bruno Schulz
26.90